MST-CLASS-5, DELIVERING THE
LESSON
ବିଷୟ- ପରିବେଶ ବିଜ୍ଞାନ
ପ୍ରସଙ୍ଗ- ଆମେ କିପରି ଆମକୁ ଶାସନ କରୁ
ଅଧ୍ୟାୟ - ୨
ଶ୍ରେଣୀ- ୫
Social studies develop students' knowledge on social manners and adjustment in society. It's an important subject to improve students culture, manner, awareness of home, family, dealings, society, province, nation snd world as a whole. It allows their deep penetration into our social, political, administrative structstudents'generates a feeling of patriotism. It brings about the essential characteristics to be a worthy citizen in future. So watching the above video would help both teachers and pupils the skill of how to teach or learn "ଆମେ କିପରି ଆମକୁ ଶାସନ କରୁ l"
ସାମାଜିକ ଅଧ୍ୟୟନ ଛାତ୍ରମାନଙ୍କ ସାମାଜିକ ଆଚରଣ ଏବଂ ସମାଜରେ ସମନ୍ୱୟ ଉପରେ ଜ୍ଞାନର ବିକାଶ କରେ | ଛାତ୍ରମାନଙ୍କ ସଂସ୍କୃତି, ଶୈଳୀ , ଘର, ପରିବାର, କାରବାର, ସମାଜ, ପ୍ରଦେଶ, ରାଷ୍ଟ୍ର ଓ ବିଶ୍ୱ ର ସଚେତନତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ | ଏହା ସେମାନଙ୍କୁ ଆମର ସାମାଜିକ, ରାଜନୈତିକ , ପ୍ରଶାସନିକ ଢାଞ୍ଚାରେ ଗଭୀର ଅନୁପ୍ରବେଶ କରିବାକୁ ଅନୁମତି ଦିଏ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରେ | ଭବିଷ୍ୟତରେ ଜଣେ ଯୋଗ୍ୟ ନାଗରିକ ହେବା ପାଇଁ ଏହା ଅତ୍ୟାବଶ୍ୟକ ବୈଶିଷ୍ଟ ଆଣିଥାଏ | ତେଣୁ ଉପରୋକ୍ତ ଭିଡିଓ ଦେଖିବା ଉଭୟ ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କୁ କିପରି ଶିକ୍ଷାଦାନ କିମ୍ବା ଶିଖିବାର କୌଶଳ ସାହାଯ୍ୟ କରିବ,ସେଥି ନିମନ୍ତେ ଭିଡ଼ିଓ ଟିକୁ ମୂଳରୁ ଶେଷ ଯାଏଁ ଦେଖନ୍ତୁ l
ପିଲାମାନେ ଆସ ପ୍ରଥମେ ପ୍ରସଙ୍ଗଟିକୁ ଭଲଭାବରେ ବୁଝିନେବା l
ପିଲାମାନେ ତୁମେ ଜାଣିଛ ଆମ ରାଜ୍ୟ ଓଡ଼ିଶାରେ ଶାସନ ନିମନ୍ତେ ଏକ ଶାସନ କଳ ଅଛି l ତାର ନାମ ହେଉଛି " ବିଧାନ ସଭା "l ଏହା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରେ ଅବସ୍ଥିତ l ବିଧାନ ସଭାର ଗଠନ , କାର୍ଯ୍ୟ , ଏବଂ ସ୍ଥିତି ସମ୍ବନ୍ଧରେ ଆସ ପ୍ରଥମେ ଜାଣିନେବ l
ବିଧାନ ସଭାର ଗଠନ - ଓଡ଼ିଶାର ବିଧାନ ସଭାର ସଭ୍ୟ ସଂଖ୍ୟା ୧୪୭ l ଏହି ସଭ୍ୟମାନେ
ରାଜ୍ୟର ଲୋକମାନଙ୍କ ଦ୍ୱାରା ସିଧାସଳଖ ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୋଇ ଥାନ୍ତି l ୧୮ କିମ୍ବା ତା ଠାରୁ ଅଧିକ ବର୍ଷ ବୟସର ନାଗରିକମାନେ ସେମାନଙ୍କୁ ଭୋଟ ଦେଇ ନିଜ ଅଂଚଳର ପ୍ରତିନିଧି ଭାବେ ବାଛି ବିଧାନ ସଭାକୁ ପଠାଇ ଥାନ୍ତି l ଯେହେତୁ ଲୋକମାନେ ଏହି ନିର୍ବାଚନରେ ଅଂଶଗ୍ରହଣ କରନ୍ତି , ତେଣୁ ଏହି ପ୍ରକ୍ରିୟା ବା ଶାସନ ବ୍ୟବସ୍ଥାକୁ " ଗଣତନ୍ତ୍ର ଶାସନ ବ୍ୟବସ୍ଥା" କୁହାଯାଏ l ଏହି ଜୟଯୁକ୍ତ ହୋଇ ଆସିଥିବା ସଭ୍ୟ ମାନଙ୍କୁ ନେଇ ବିଧାନ ସଭା ଗଠିତ ହୁଏ l ବିଧାନ ସଭାକୁ ଯେଉଁ ଦଳର ସର୍ବାଧିକ ପ୍ରତିନିଧି ଜୟଯୁକ୍ତ ହୋଇ ଆସିଥାନ୍ତି, ସେମାଙ୍କର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତି ଦିଅନ୍ତି l ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ଗଠନ କରାଯାଏ l ମନ୍ତ୍ରୀ ମଣ୍ଡଳରେ ୧. କେବିନେଟ ମନ୍ତ୍ରୀ ୨. ରାଷ୍ଟ୍ର ମନ୍ତ୍ରୀ ଓ ୩. ଉପମନ୍ତ୍ରୀ ନିଯୁକ୍ତି ପାନ୍ତି l ଏହି ମନ୍ତ୍ରୀ ମଣ୍ଡଳ ୫ ବର୍ଷ କାର୍ଯ୍ୟ କରିଥାଏ l ତେଣୁ ଆମ ବିଧାନ ସଭାର କାର୍ଯ୍ୟକାଳ ୫ ବର୍ଷ l
ଏବେ ଜାଣିବା ଆମ ବିଧାନ ସଭାର ସାଶନ ବ୍ୟବସ୍ଥା କି ପ୍ରକାର ଚାଲେ :
![]() |
GREEN SHOWS BJD AREA |
![]() |
ମାନ୍ୟବର ନବୀନ ପଟ୍ଟନାୟକ |
![]() |
ଓଡ଼ିଶାର ମନ୍ତ୍ରୀ ପରିଷଦ |
👉 ପିଲାମାନେ ଏବେ ଚାଲ ବୁଝିନେବା ସାଶନ ବ୍ୟବସ୍ଥାର ତୃତୀୟ ଅଙ୍ଗଟିକୁ, ତାହା ହେଲା ଆଇନ ର ତର୍ଜମା କରିବା l
![]() |
ଓଡିଶା ଉଚ୍ଚ ନ୍ୟାୟାଳୟ |
ବିଧାନ ସଭା ଆଇନ ପ୍ରସ୍ତୁତ କଲାପରେ, ମନ୍ତ୍ରୀ ପରିଷଦ ତାକୁ କାର୍ଯ୍ୟକାରୀ କଲାବେଳେ କୌଣସି ବ୍ୟତିକ୍ରମ ହେଲେ ତାକୁ ସଜାଡ଼ିବା ଓ ଉଲଂଘନ କାରୀଙ୍କୁ ଦଣ୍ଡ ବିଧାନ କରିବା ଦାଇତ୍ୱ ହେଉଛି ଓଡିଶା ଉଚ୍ଚ ନୟାଳୟର l ତେଣୁ ଉଚ୍ଚ ନୟାଳୟ ଏକ ଗୁରୁତ୍ୱପୂର୍ଣ ଅଙ୍ଗ ଅଟେ l ରାଜ୍ୟର ଜନସାଧାରଣଙ୍କ ଅଧିକାର କୁ ଅକ୍ଷୁର୍ଣ ରଖିବା ପାଇଁ ଏହି ସଂସ୍ଥା କାର୍ଯ୍ୟ କରିଥାଏ l
କେନ୍ଦ୍ର ସାଶନ ବ୍ୟବସ୍ଥା
ପିଲାମାନେ ଏପର୍ଯ୍ୟନ୍ତ ତୁମେ ଓଡ଼ିଶାର ସାଶନ ବ୍ୟବସ୍ଥା ବିଷୟରେ ପଢୁ ଥିଲା l ଏବେ ଚାଲ ଜାଣିବା କେନ୍ଦ୍ର ସାଶନ ବ୍ୟବସ୍ଥା କେଉଁ ଢାଞ୍ଚାରେ ତିଆରି l ରାଜ୍ୟ ପରି କେନ୍ଦ୍ର ରେ ମଧ୍ୟ ସମାନ ଢାଞ୍ଚାର ସାଶନ ବ୍ୟବସ୍ଥା ରହିଛି l ଯଥା-୧. କେନ୍ଦ୍ର ଆଇନ ଗଢିବା ବ୍ୟବସ୍ଥା ୨. କେନ୍ଦ୍ର ଆଇନକୁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା ଓ ୩.ଆଇନର ତର୍ଜମା କରିବା ବ୍ୟବସ୍ଥା l
କେନ୍ଦ୍ର ଆଇନ ଗଢିବା ବ୍ୟବସ୍ଥା
![]() |
ଭାରତର ସଂସଦ ଗୃହ |
![]() |
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି |
![]() |
ଭାରତର ରାଷ୍ଟ୍ରପତି |
କେନ୍ଦ୍ର ଆଇନ କୁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା
![]() |
କେନ୍ଦ୍ର ମନ୍ତ୍ରୀ ମଣ୍ଡଳ |
କେନ୍ଦ୍ରରେ ମଧ୍ୟ ଆଇନ କୁ କାର୍ଯ୍ୟ କାରୀ କରିବା ନିମନ୍ତେ ମନ୍ତ୍ରୀ ପରିଷଦ ଏବଂ ସଚିବ ମାନେ ଅଛନ୍ତି l ସଂସଦରୁ ଆଇନ ପ୍ରସ୍ତୁତି ହେଲା ପରେ ତାର କାର୍ଯ୍ୟକାରିତା ମନ୍ତ୍ରୀ ପରିଷଦ ଏବଂ ସଚିବମାନେ କରିଥାନ୍ତି l ଆଇନ ସୁଚାରୁରୂପେ କିପରି କାର୍ଯ୍ୟକାରୀ ହେବ ସେ ଦାୟିତ୍ୱ ତାଙ୍କର l ମନ୍ତ୍ରୀ ମାନଙ୍କୁ ଏ ଦିଗରେ ସଚିବମାନେ ସାହାଯ୍ୟ କରିଥାନ୍ତି
ରାଜ୍ୟସଭା ଓ ଲୋକସଭା ମଧ୍ୟରେ ପର୍ଥ୍ୟକ୍ୟ
👉ରାଜ୍ୟସଭା ଏକ ସ୍ଥାୟୀ ସଭା ମାତ୍ର ଲୋକସଭା ସ୍ଥାୟୀ ନୁହେଁ, ଏହାର କାର୍ଯ୍ୟକାଳ ୫ ବର୍ଷ
👉 ଉଭୟ ସଭା ଦିଲ୍ଲୀ ଠାରେ ଅଛି
👉 ରାଜ୍ୟସଭାର ସଭ୍ୟମାନେ ପରୋକ୍ଷ ଭାବରେ ରାଜ୍ୟ ଗୁଡିକର ବିଧାନ ସଭା ସଭ୍ୟ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଥାନ୍ତି କିନ୍ତୁ ଲୋକସଭାର ସଭ୍ୟମାନେ ପ୍ରତକ୍ଷ୍ୟ ଭାବରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ଥାନ୍ତି
👉ରାଜ୍ୟସଭାର ସ୍ଥାଇ ସଭାପତି
ହେଲେ ଉପରାଷ୍ଟ୍ରପତି କିନ୍ତୁ ଲୋକସଭାର ସଭାପତି ହେଲେ ବାଚସ୍ପତି
👉 ରାଜ୍ୟସଭାର ମୋଟ ସଭ୍ୟ
ସଂଖ୍ୟା ୨୫୦ l ଏଥିରୁ ରାଷ୍ଟ୍ରପତି ୧୨ ଜଣଙ୍କୁ ମନୋନୀତ କରିଥାନ୍ତି ମାତ୍ର ଲୋକସଭାର ସଭ୍ୟସଂଖ୍ୟା ୫୪୫ l ଇଙ୍ଗ୍ଲୋ ଇଣ୍ଡିଆନ ସମ୍ପ୍ରଦାୟର କେହିନଥିଲେ
ରାଷ୍ଟ୍ରପତି ୨ ଜଣଙ୍କୁ ମନୋନୀତ କରନ୍ତି
👉 ରାଜ୍ୟସଭାର ପ୍ରତ୍ୟେକ ସଭ୍ୟ
୬ ବର୍ଷ ରହନ୍ତି କିନ୍ତୁ ଲୋକସଭାର ପ୍ରତ୍ୟେକ ସଭ୍ୟ ୫ ବର୍ଷ ରହନ୍ତି
👉 ରାଜ୍ୟସଭାର ୧/୩ ଅଂଶ ସଭ୍ୟ
ପ୍ରତି ୨ ବର୍ଷରେ ଅବସର ନିଅନ୍ତି ଏବଂ ତାଙ୍କ ବଦଳରେ ନୁଆଁ ସଭ୍ୟ ଆସନ୍ତି କିନ୍ତୁ ଲୋକସଭାରେ ଏପରି ହୁଏ ନାହିଁ l ସେମାନଙ୍କ ପଦବୀ ୫ ବର୍ଷ ପରେ ଅନ୍ତ ହୁଏ l
👉 ରାଜ୍ୟସଭାକୁ ଓଡ଼ିଶାର ସଭ୍ୟ ସଂଖ୍ୟା ୧୦ କିନ୍ତୁ ଲୋକସଭାକୁ ସଭ୍ୟସଂଖ୍ୟା ୨୧
ଅଟେ l
ରାଷ୍ଟ୍ରପତିଙ୍କ ବିଷୟରେ ଧାରଣା
- ➤ଲୋକସଭା, ରାଜ୍ୟସଭା ଓ ରାଜ୍ୟବିଧାନସଭାର ସଭ୍ୟ ମାନଙ୍କ ଦ୍ୱାରା ପରୋକ୍ଷଭାବେ ନିର୍ବାଚିତ ହୁଅନ୍ତି
- ➤ଦେଶର ସର୍ବୋଚ୍ଚ ଶାସନ କର୍ତ୍ତା
- ➤ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ
- ➤ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶକ୍ରମେ ସବୁ କାର୍ଯ୍ୟ କରି ଥାନ୍ତି
- ➤ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନ ବିଚାରପତି ପ୍ରଭୁତିଙ୍କୁ ନିଯୁକ୍ତି ଦିଅନ୍ତି
- ➤ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟମାନଙ୍କର ଶାସନ ଭାର ଗ୍ରହଣ କରନ୍ତି
- ➤ତାଙ୍କ ଅନୁପସ୍ଥିତିରେ ଉପ ରାଷ୍ଟ୍ରପତି ଦାୟିତ୍ୱ ବହନ କରନ୍ତି
- ➤ସ୍ଥଳ ବାହିନୀ, ଆକାଶ ବାହିନୀ ଓ ନୌବାହିନୀର ମୁଖ୍ୟ ଅଟନ୍ତି
ସଂକ୍ଷେପରେ ଭାରତର ଗଠନ
➤ ୨୯ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଂଚଳ
କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତି କରନ୍ତି ?
୧) ମୁଖ୍ୟମନ୍ତ୍ରୀ ୨) ପ୍ରଧାନମନ୍ତ୍ରୀ ୩) ରାଷ୍ଟ୍ରପତି ୪) ପ୍ରଧାନବିଚାରପତି
ଖ ) କିଏ ନିର୍ବାଚିତ ହୋଇ ନଥାନ୍ତି ?
୧)ମୁଖ୍ୟମନ୍ତ୍ରୀ ୨) ପ୍ରଧାନମନ୍ତ୍ରୀ ୩) ରାଜ୍ୟପାଳ ୪) ରାଷ୍ଟ୍ର ମନ୍ତ୍ରୀ
ଗ ) ନିମ୍ନ ଲିଖିତ ମଧ୍ୟରୁ କେଉଁ ପ୍ରକାର ଶାସନ ଆମ ଦେଶରେ ଚାଲୁଛି ?
୧) ଗଣତନ୍ତ୍ର ଶାସନ ୨) ସାମରିକ ଶାସନ ୩) ରାଜାଙ୍କର ଶାସନ ୪) ଏକଛତ୍ରବାଦ ଶାସନ
ପ୍ରଶ୍ନ-୨. ସଂକ୍ଷେପରେ ଉତ୍ତର ଲେଖ-
ଉତ୍ତର- ଭାରତର ସଂସଦ ମୁଖ୍ୟତ ଲୋକସଭା, ରାଜ୍ୟସଭା ଏବଂ ରାଷ୍ଟ୍ରପତିଙ୍କୁ ନେଇ ଗଠିତ l ତେଣୁ ସଂସଦ ଗୃହର ସମସ୍ତ ସଭ୍ୟ ଏବଂ ରାଷ୍ଟ୍ରପତି ମିଶିଲେ ସଂସଦ ସୃଷ୍ଟି ହୋଇଥାଏ l
ଖ) ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
ଉତ୍ତର- ଭାରତର ରାଷ୍ଟ୍ରପତି ପରୋକ୍ଷ ଭାବରେ ଲୋକସଭା, ରାଜ୍ୟସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ର ସଭ୍ୟ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଥାନ୍ତି l
ଗ) ଲୋକସଭା ଓ ରାଜ୍ୟସଭା ମଧ୍ୟରେ କଣ ପାର୍ଥକ୍ୟ ଅଛି ଲେଖ-
ଉତ୍ତର- ଲୋକସଭା ଓ ରାଜ୍ୟସଭା ଉଭୟେ ସଂସଦର ଦୁଇଟି ସଭା ଗୃହ l ମାତ୍ର ଏମାନଙ୍କର ଗଠନ ଓ କାର୍ଯ୍ୟ ଶୈଳୀ ଅଲଗା l ଲୋକସଭା ଏକ ଅସ୍ଥାୟୀ ସଭା, ମାତ୍ର ରାଜ୍ୟସଭା ଏକ ସ୍ଥାୟୀ ସଭା l ଲୋକସଭାର ସଭ୍ୟମାନେ ପ୍ରତକ୍ଷ୍ୟଭାବରେ ଦେଶର ନାଗରିକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଥାନ୍ତି, ମାତ୍ର ରାଜ୍ୟସଭାର ସଭ୍ୟମାନେ ପରକ୍ଷ୍ୟ ଭାବରେ ରାଜ୍ୟର ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଲଲକସଭାର ସଭ୍ୟସଂଖ୍ୟା ୫୪୫ ଥିଲା ବେଳେ, ରାଜ୍ୟସଭାର ସଭ୍ୟସଂଖ୍ୟା ୨୫୦ ଜଣ l ଲୋକସଭାରେ ଇଙ୍ଗ୍ଲୋ ଇଣ୍ଡିଆନ ନଥିଲେ ରାଷ୍ଟ୍ରପତି ୨ ଜଣଙ୍କୁ ମନୋନୀତ କରନ୍ତି କିନ୍ତୁ ରାଜ୍ୟସଭାରେ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି l ଲୋକସଭାରେ ପ୍ରତ୍ୟେକ ସଭ୍ୟ ୫ ବର୍ଷ ରହନ୍ତି ମାତ୍ର ରାଜ୍ୟ ସଭାରେ ୬ ବର୍ଷ ରହନ୍ତି l ରାଜ୍ୟସଭାରେ ପ୍ରତି ୨ ବର୍ଷରେ ୧/୩ ସଭ୍ୟ ଅବସର ନିଅନ୍ତି l
କ) ଚଳିତ ବର୍ଷ ଓଡ଼ିଶାର ସମସ୍ତ କୃଷକଙ୍କୁ ମାଗଣାରେ ବିଜୁଳି ଶକ୍ତି ପ୍ରଦାନ l
ସ୍ୱାୟତ୍ତ୍ୱଶାସନ ⬜ ରାଜ୍ୟ ☑️ କେନ୍ଦ୍ର ⬜
ଖ) ଏକ ନୁଆଁ ୧୦୦୦ ଟଙ୍କିଆ ନୋଟ ର ପ୍ରଚଳନ l
ଗ) ଜାମ୍ମୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୁଇଟି ଟ୍ରେନ ଚଳାଇବା ନିଷ୍ପତି l
ସ୍ୱାୟତ୍ତ୍ୱଶାସନ ⬜ ରାଜ୍ୟ ⬜ କେନ୍ଦ୍ର ☑️
ପ୍ରଶ୍ନ-୫. ତୁମେ ଯଦି ପ୍ରଧାନ ମନ୍ତ୍ରୀ ହେବ କଣ କରିବ ? ୫ଟି ବାକ୍ୟରେ ଲେଖ l
👦ଗମନାଗମନ , ରାସ୍ତାଘାଟ , ଯାତାୟାତର ସୁବିଧା କଥା ବିଚାର କରିବି l
👦ଦେଶରୁ ଦାରିଦ୍ର ହଟାଇବାର ଯୋଜନାମାନ କରିବି l
👦ଦେଶକୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱଚ୍ଛଳ କରି ବିଶ୍ୱରେ ଏହାକୁ ଉନ୍ନତ ରାଷ୍ଟ୍ର ର ମାନ୍ୟତା ଦେବି l
ConversionConversion EmoticonEmoticon