Adsene

https://mstbm.blogspot.com/search/label/MST%20CLASSES

SCIENCE FOR CLASS-10 UNDER BSE,ODISHA

ଓଡିଶା ସରକାରଙ୍କର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀରେ ବିଜ୍ଞାନକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି l ସେଗୁଡିକ ହେଲା ୧. ଜୀବ ବିଜ୍ଞାନ ଓ ୨. ଭୌତିକ ବିଜ୍ଞାନ l ଏହି ପୃଷ୍ଠାରେ ପ୍ରଥମେ ଜୀବ ବିଜ୍ଞାନ ଓ ପରେ ଭୌତିକ ବିଜ୍ଞାନ ଉପରେ ବୋର୍ଡ ପରୀକ୍ଷା ଉପଯୋଗୀ ପ୍ରଶ୍ନ ଓ ତାର ସରଳ ଉତ୍ତର ମାନ ବର୍ଣ୍ଣନା କରାଯାଇଛି l ଏହାକୁ ମନୋଯୋଗର ସହ ପଢ, ବୁଝ ଓ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହୁଅ l 

ଜୀବ ବିଜ୍ଞାନ :- ପ୍ରସଙ୍ଗ - ପୋଷଣ (NUTRITION)

ପ୍ରଶ୍ନ ପୋଷଣ କ'ଣ  ଏବଂ  ଏହାର ବିଭାଜନ ଗୁଡିକ ?

ଆମେ ଖାଉଥିବା ସମସ୍ତ ଖାଦ୍ୟ ପୋଷଣର ଅନ୍ତର୍ଗତ l ଏହା ଆମ ଶରୀରର ଗଠନ, ସୁରକ୍ଷ୍ୟା, ଶକ୍ତି ଯୋଗାଇବାରେ କାର୍ଯ୍ୟ କରିଥାଏ l ପୋଷଣକୁ ୬ ଭାଗରେ ବିଭକ୍ତ କରାଯାଇଛି l ସେଗୁଡିକ ହେଲା - ୧) ଶ୍ଵେତସାର ୨) ପୁଷ୍ଟିସାର ୩) ସ୍ନେହସାର  ୪) ଧାତୁଷାର ୫) ଭିଟାମିନ ଓ ୬) ଜଳ 

ପ୍ରଶ୍ନ-୨) କେଉଁ ପୋଷଣ  କି କାର୍ଯ୍ୟ କରିଥାନ୍ତି ବୁଝାଇ ଲେଖ:

ଆମେ ଜାଣିଲୁ ଯେ ପୋଷଣ ୬ ପ୍ରକାରର l ପ୍ରତ୍ୟେକ ପୋଷଣର ଭିନ୍ନ ଭିନ୍ନ କାର୍ଯ୍ୟ ଅଛି l ସେଗୁଡିକୁ ନିମ୍ନରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଗଲା 
୧) ଶ୍ଵେତସାର (Carbohydrates)- ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ l ଏ ପ୍ରକାର ଖାଦ୍ୟରେ ସର୍କରା ଓ ମଣ୍ଡ ଅଧିକ ଥାଏ l ଏହି ଗୁଣାବଳୀ ଥିବା ଖାଦ୍ୟଗୁଡିକ ଆମେ ଭାତ , ଆଳୁ , ରୁଟି , ଏବଂ ଚିନି, ଗୁଡ, ଫଳରସ , ପାନିପରିବାରୁ ପାଇଥାଉ l ଏହା ଆମ ଶରୀରକୁ ଶକ୍ତି ଓ ବଳ ଯୋଗାଇଥାଏ  l 

୨) ପୁଷ୍ଟିସାର  (Protein)ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ l ମୁଖ୍ୟତଃ ମାଛ,ମାଂସ,ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରଣିଜ ଦ୍ରବ୍ୟ ଏବଂ ଡାଲି ଜାତୀୟ ଶସ୍ୟ , ସୟାବିନ ଆଦିରୁ ପୁଷ୍ଟିସାର ପାଇଥାଉ l ଖାଦ୍ୟ ହଜମ ହେଲା ପରେ ଏମିନ ଅମ୍ଲ ରେ ପରିଣତ ହୁଏ ଏବଂ ବିଭିନ୍ନ କୋଷକୁ ପହଂଚି ଥାଏ ଓ ଶରୀରକୁ ଶକ୍ତି ଯୋଗାଇ ଥାଏ i 

 ୩) ସ୍ନେହ ସାର (Fats/Lipid)-  ସ୍ନେହସାର ଚର୍ବି ଆକାରରେ ଚର୍ମ ତଳେ ରହି ଥାଏ l ଏହା ତାପ ଅପରିବାହୀ ହୋଇଥିବାରୁ ଆମ ଶରୀରକୁ ଗରମ ରଖେ l ଏହା ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ l ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ ଓ ତେଲ ରୁ ଆମେ ସ୍ନେହ ସାର ପୋଷଣ ଆମେ ପାଇଥାଉ l 

 ୪) ଧାତୁ ସାର ଶରୀରର ଦାନ୍ତ, ହାଡ ଓ ରକ୍ତ କଣିକାରେ ହେମୋଗ୍ଲୋବିନ ଗଠନ ପାଇଁ ଧାତୁ ସାର ଆବଶ୍ୟକ ହୋଇ ଥାଏ l ଲୌହ, କାଲସିଅମ, ଅଈଓଡିନ, ଫସଫରସ, ସୋଡ଼ିଅମ, ପଟାସିୟମ ଇତ୍ୟାଦି ଧାତୁ ସାର ର ଅନ୍ତର୍ଗତ l ଏହା ଛଡା ଶରୀରର ଆଇୟୋନ ସନ୍ତୁଳନରେ ଧାତୁ ସାର ର ଆବଶ୍ୟକତା ରହିଛି l 

୫) ଭିଟାମିନ- କୋଷରେ ହେଉଥିବା ରାସାୟନିକ ପ୍ରକ୍ରିୟା ଏଞ୍ଜାଇମ ଦ୍ୱାରା ହୋଇଥାଏ l ଏହି ଏଞ୍ଜାଇମ କୁ କାର୍ଯ୍ୟ ସମ୍ପାଦନ କରିବାରେ ଭିଟାମିନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ l ଭିଟାମିନ ଅଭାବରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ l ତେଣୁ ଭିଟାମିନ ର ଆବଶ୍ୟକତା ନିତାନ୍ତ ଜରୁରୀ l 

୬) ଜଳ- ଜଳ ହିଁ ଜୀବନ l ଆମ ଶରୀରରେ ୭୦% ରୁ ୯୦%  ଜଳ ଥାଏ l କୋଷରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳର ଆବଶ୍ୟକତା ସବୁଠୁ ବେଶୀ l ଝାଳ, ପରିଶ୍ରା ଏବଂ ନିଶ୍ୱାସରେ ଏହି ଜଳ କ୍ଷୟ ହୋଇଥାଏ l ଏହାର ଭରଣା ପାଇଁ ଆମକୁ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆବଶ୍ୟକ l 

ପ୍ରଶ୍ନ ୩) ପୋଷଣ କେତେ ପ୍ରକାର ଓ କଣ କଣ ବୁଝାଇ ଲେଖ ? 

ପୋଷଣ ଦୁଇ ପ୍ରକାର l ସ୍ୱେଭୋଜୀ ପୋଷଣ ଏବଂ ପରଭୋଜୀ ପୋଷଣ l 

👉 ସ୍ୱେଭୋଜୀ ପୋଷଣ-  ଯେଉଁ ଯିବ ମାନେ ନିଜ ଖାଦ୍ୟ ନିଜେ ତିଆରି କରନ୍ତି, ସେମାନଙ୍କୁ ସ୍ୱେଭୋଜୀ ପୋଷଣ ବୋଲି କୁହାଯାଏ l ପତ୍ର ହରିତ ଉଦ୍ଭିଦ, ନୀଳ ହରିତ ସୟିବାଳ ହେଉଛନ୍ତି ସ୍ୱେଭୋଜୀ l ଏହି ସମସ୍ତ ଯିବ ସୂର୍ଯ୍ୟ ଶକ୍ତିକୁ ଉପଯୋଗ କରି ସବୁଜ କଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଲ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି l ଏହି ପ୍ରକ୍ରିୟାକୁ ଆଲୋକଶ୍ଲେଷଣ  କୁହାଯାଏ l ଏ ପ୍ରକାର ପୋଷଣ କୁ ସ୍ୱଭୋଜୀ ପୋଷଣ କୁହାଯାଏ l 









 
Previous
Next Post »

Featured post

SUBJECT, VERB, OBJECT, COMPLEMENT AND ADJUNCT ILLUSTRATION

  SUBJECT, VERB. OBJECT, COMPLEMENT AND ADJUNCT Often we confront confusion in identifying Subject, Verb, Object, Complement and Adjunct. So...